କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସଭାକକ୍ଷଠାରେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟ କରି ୨୦୨୧ ଜାନୁଆରୀ ମାସ ଠାରୁ ଅଗଷ୍ଟ ମାସ ସୁଧା ଅବସର ନେଇଥିବା ୧୨ ଜଣ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ବିଦାୟୀ କର୍ମଚାରୀ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କର୍ମଚାରୀ ସଂଘ ତରଫରୁ ପୁଷ୍ପ ଗୁଚ୍ଛ, ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ୧. ଅନୀଲ କୁମାର ପତ୍ର, ୨. ଦ୍ଵିଜବର ମହାପାତ୍ର,୩. ରାମଚନ୍ଦ୍ର ସାହୁ ୪. ଯୁଗଳ କିଶୋର ନନ୍ଦ ୫. ବିରେନ୍ଦ୍ର ନାରାୟଣ ଗୋଛିକାର ୬.ରବି ବାହାଦୂର ଲାମା ୭. କ୍ରିଷ୍ଣ। ବାହାଦୂର ଥାପା ୮. ହର ମୋହନ ମହାନ୍ତି ୯. ଭରତ ବାହାଦୂର ଆଛାମି ୧୦. ଧନ ବାହାଦୂର ଥାପା ୧୧. ସତ୍ୟନାରାୟଣ ଶତପଥି ୧୨.ବାସୁଦେବ ପ୍ରଧାନ ।ଉକ୍ତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ (ଉନୟନ),ଶ୍ରୀ ଅଜୟ କୁମାର ଜେନା, ପ୍ରଶାସକ(ନୀତି) ଶ୍ରୀ ଜିତେନ୍ଦ୍ର କୁମାର ସାହୁ,ପ୍ରଶାସକ( ସୁରକ୍ଷା) ଶ୍ରୀ ସ୍ୱପ୍ନ ରଞ୍ଜନ ମହାପାତ୍ର, ଉପ.ପ୍ରଶାସକ (ରାଜସ୍ୱ) ଶ୍ରୀ ଶୁବ୍ରତ କୁମାର ବେହେରା, ସ୍ୱତନ୍ତ୍ର ପଦାଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ପାଢ଼ୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ସୁବୁଦ୍ଧି ଏବଂ ଶ୍ରୀମନ୍ଦିର କର୍ମଚାରୀ ସଂଘ ର ସଭାପତି ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ଶ୍ରୀମନ୍ଦିର କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ସୁଦର୍ଶନ ସାହୁ, ଶ୍ରୀମନ୍ଦିର ସୁପର ଭାଇଜର ବକ୍ସି,ରାମଚନ୍ଦ୍ର ପ୍ରତିହାରୀ,ଡେପୁଟି କମାଣ୍ଡର ଶ୍ରୀ ଶୁଧାଂଶୁ ପଟ୍ଟନାୟକ ଏବଂ ସହ,ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।