
ଦିନ ୨:୩୦ ମିନିଟ୍ ସମୟରେ ବ୍ରହ୍ମଗିରି ବ୍ଲକ ରାୟବିଧାର ପଞ୍ଚାୟତର ଗୋବର୍ଦ୍ଧନ ପୁର ଗ୍ରାମର ୫୬ ଗୋଟି ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାରୀ ଯୋଜନା,ସ୍ୱଚ୍ଛ ଶାସନ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହାର ନେତୃତ୍ୱ ନେଇଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ବିରଞ୍ଚି ନାରାୟଣ ଦାସ, ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ଜିଲ୍ଲା ପରିଷଦ ସଦସ୍ୟା ମିଲି ବେହେରା, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ରାୟ, ଯୁବ ନେତା ଦିଲିପ କୁମାର ପଟ୍ଟନାୟକ ଓ ଗୋପାଳ ଚରଣ ସାହୁ ଉପସ୍ଥିତ ଥିଲେ।