
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବାଳିଆପଣ୍ଡା ବସ୍ତିର ଯୋଗଶ୍ୱର ମହାନ୍ତି, କ୍ରିଷ୍ଣା ଘୋଷ, ପ୍ରତିମା ଦେଓ, ରୀନା କର,ଭଗବତୀ ମାନସିଂହ ଏବଂ ଅନ୍ୟମାନେ ମିଳିତ ଭାବେ ପୁରୀଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରି ଜଣାଇଛନ୍ତି ଯେ ବଳିଆପଣ୍ଡା ବସ୍ତିର ଦୁଇ ଜଣ ବ୍ୟକ୍ତି ୧) ମନୋଜ କୁମାର ମଣ୍ଡଳ, ୨) ବାସନ୍ତି ମୋଦି କିଛି ନିଶାଶକ୍ତ ବ୍ୟକ୍ତିଙ୍କୁ ଧରି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ସାମାଜିକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଛନ୍ତି । ଉକ୍ତ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଇ ଦେଉନାହାଁନ୍ତି । ସରକାରୀ ଅଫିସରମାନେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଆସିଲେ ସେମାନଙ୍କୁ ଅପମାନିତ କରି ଘଉଡ଼ାଇ ଦେଇଛନ୍ତି । ଏହି ଦୁଇ ଜଣ ବ୍ୟକ୍ତି ବାଳିଆପଣ୍ଡାରେ ସବୁ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ସେମାନେ ଲୋକମାନଙ୍କର ନକଲି ଆଧାରକାର୍ଡ଼, ନକଲି ପରିଚୟ ପତ୍ର ତିଆରି କରି ଉପ-ଜିଲ୍ଲାପାଳଙ୍କ ହାତରେ ଧରା ପଡ଼ିଛନ୍ତି । ପୋଲିସ୍ ସେମାନଙ୍କୁ ଗିରଫ କରି କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କୁ ଛାଡ଼ିଦେଇଛନ୍ତି ।
ଉକ୍ତ ଅସାମାଜିକ ବ୍ୟକ୍ତି ଦୁଇଜଣଙ୍କୁ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡିତ କରାଗଲେ ସମସ୍ତ ଅଞ୍ଚଳ ଶୃଙ୍ଖଳିତ ହେବା ସହିତ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ।