
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣିମୁଣ୍ତା ପଞ୍ଚାୟତ ମହେଶ୍ୱର ଗ୍ରାମର ମାଝିପଡାରେ ନୂତନ ଭାବେ ଅଙ୍ଗନବାଡି କର୍ମି ପଦବୀ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ସିନାପାଲି ଦ୍ୱାରା ବିଜ୍ଞାପନ ପ୍ରକାଶ ପାଇଥିଲା । ହେଲେ ଜାଲିଆତି କାଗଜପତ୍ର ଦେଇ ମହେଶ୍ୱର ଗ୍ରାମର ବାସିନ୍ଦା ବୋଲି ପ୍ରମାଣ ପତ୍ର ବାହାର କରି ଅଙ୍ଗନବାଡି କର୍ମି ପଦବୀ ପାଇଁ ଅନଲାଇନ ଅ।ବେଦନ କରିଥିବା ନୂଆପଡା ଉପଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ ରାଣିମୁଣ୍ତା ପଞ୍ଚାୟତ ମହେଶ୍ୱର ଗ୍ରାମର ମାଝିପଡା ୱାର୍ଡ ନମ୍ୱର ୭ ରେ ନୂତନ ଭାବେ ଅଙ୍ଗନବାଡି କର୍ମି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଉକ୍ତ ବିଜ୍ଞାପନ ଅନୁସାରେ ଗ୍ରାମର ଯମୁନା ମାଝି, ପ୍ରେମଶିଳା ମାଝି ଅନଲାଇନ ଆବେଦନ କରିଛନ୍ତି ଏବଂ ଏମାନେ ମହେଶ୍ୱର ଗ୍ରାମର ବ୍ୟକ୍ତି ଅଟନ୍ତି । ହେଲେ ଆଉଜଣେ ପ୍ରାର୍ଥି ଚୁଡାମଣି ମାଝି ଧିଙ୍ଗିଆମୁଣ୍ତାରେ ଜନ୍ମହୋଇ ବର୍ତ୍ତମାନ ୭ ରୁ ୮ ମାସ ହେବ ବିବାହ ହୋଇ ରାଣିମୁଣ୍ତା ଗ୍ରାମକୁ ଯାଇ ସେଠାର ବାସିନ୍ଦା ଅଟନ୍ତି । କିନ୍ତୁ, ତାଙ୍କ ବାପା ଜଣେ ରାଜନୈତିକ ବାହୁବଳୀ ହେତୁ ମହେଶ୍ୱର ଗ୍ରାମର ବାସିନ୍ଦା ପ୍ରମାଣ ପତ୍ର ବାହାର କରି ଏହି ପଦବୀ ପାଇଁ ଅନଲାଇନ ଆବେଦନ କରିଛନ୍ତି । ଯାହାକି ଅଙ୍ଗନବାଡି କର୍ମି ପାଇଁ ବିଜ୍ଞାପନ ହୋଇଥିବା ପତ୍ର ସଂଖ୍ୟା ୪୧୨ ଅନୁସାରେ ଅଯୋଗ୍ୟ ଅଟେ ।
ଏହାକୁ ନେଇ ମହେଶ୍ୱର ଅଙ୍ଗନବାଡି କର୍ମି ଗିରିଜା ହଂସ ସିନାପାଲି ସିଡିପିଓଙ୍କୁ ଅଭିଯୋଗ ଦେଇଛନ୍ତି । ଅଙ୍ଗନବାଡି କର୍ମି ଶ୍ରୀମତି ହଂସଙ୍କ ଅଭିଯୋଗ ଅନୁସାରେ ଚୁଡାମଣି ମାଝିଙ୍କ ବିବାହ ନିମନ୍ତ୍ରଣ ପତ୍ର ଧିଙ୍ଗିଆମୁଣ୍ତା ଗ୍ରାମର ସମେତ ଭୋଟର ତାଲିକା, ସଂଲଗ୍ନ କରି ସ୍ୱଚ୍ଛ ମାନବିକତା ସହ ପ୍ରମାଣ କରୁଛି ଯେ ଚୁଡାମଣି ମାଝି ମହେଶ୍ୱର ଗ୍ରାମର ପରିସରଭୁକ୍ତ ନାହାଁନ୍ତି ବୋଲି ଏବଂ ମୋତେ ରାଜନୈତିକ କ୍ଷେତ୍ରରେ ଅଙ୍ଗନବାଡି ପଦବୀ ପାଇଁ ହାସଲ୍ କରିବାକୁ ଚେ଼ଷ୍ଟା ଚଲାଉଥିବା ବେଳେ ମୋତେ ଧମକ ଚମକ ଦେଇଥିବାରୁ ମୁଁ ମୋର ସର୍ଭେ ଖାତାରେ ନାମ ଦେଇଛି ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ଗ୍ରାମବାସୀ ନୂଆପଡା ଉପଜିଲ୍ଲାପାଳ ଠାରେ ଅଭିଯୋଗ କରିଥିବା ବେଳେ ମହେଶ୍ୱର ଗ୍ରାମର ପରିସରଭୁକ୍ତ ପ୍ରାର୍ଥିନୀ ମାନଙ୍କ ମଧ୍ୟରେ ଉଚିତ୍ ତଦନ୍ତ କରି ନିଯୁକ୍ତି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଥିବା ସୂଚନା ମିଲିଛି । ଏନେଇ ଜିଲ୍ଲା ପ୍ରଶାସନ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଉଚିତ୍ ବ୍ୟକ୍ତିଙ୍କୁ ପଦବୀ ମିଳୁ ବୋଲି ସାଧାରଣରେ ଦାବି ହେଉଛି ।