
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ଗ୍ରାମର ଏକ ବନ୍ଦ କୋଠରୀ ମଧ୍ୟରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଦୀର୍ଘ ସମୟ ଧରି ଏହି ଘର ବନ୍ଦ ରହିବା ଫଳରେ ଗ୍ରାମର ଜନୈକ ବୟସ୍କ ବ୍ୟକ୍ତି ପୋଲସରା ଥାନାକୁ ଏନେଇ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବନ୍ଦ କବାଟକୁ ଖୋଲିଥିଲା । ଘର ଭିତରେ ଖଟ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପତ୍ନୀଙ୍କ ଶବ ପଡିଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ପତିପତ୍ନୀଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତରେ ସହଯୋଗ କରୁଛନ୍ତି । ଅଦ୍ୟାବଧି ଦମ୍ପତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହକୁ ନେଇ ସ୍ୱାମୀ ପତ୍ନୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ମୃତ ସ୍ୱାମୀ ବିପିନ ଗୌଡ଼ ଓ ପତ୍ନୀ ଲିଲି ଗୌଡ଼ । ଗତ ତିନି ମାସ ତଳେ ଏମାନଙ୍କର ବିବାହ ହୋଇଥିଲା ।