ମାଲକାନଗିରି, ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ, ଆଇନ ସେବା ପ୍ରାଧିକରଣର ସ୍ବେଛାସେବୀ ଡ଼ ରଞ୍ଜନ କୁମାର ସ୍ୱାଇଁ, ଡାକ୍ତର ସପନ କୁମାର ଡିଣ୍ଡା, ସ୍ବେଛାସେବୀ କିଶୋର ପାଟିକା, ଜି ଶ୍ରୀନିବାସ ପାତ୍ର ପ୍ରମୁଖ ଙ୍କ ଉପସ୍ଥିତି ରେ ରୋଗୀଣା ହୋଇ ଗୁରୁତର ହୋଇ ପଡ଼ିଥିବା ଅସହାୟ ବୃଦ୍ଧା ସୁମିତ୍ରା ରାଜୁ ଙ୍କୁ ଉଦ୍ଧାର କରାଯାଇଛି!ସେ ସାମାଜିକ ସୁରକ୍ଷା ଯୋଜନାରୁ ମଧୁବାବୁ ପେନସନ ରେ ଭତ୍ତା ପାଉଥିବାବେଳେ ଆଗାମୀ ଦିନରେ ତାଙ୍କର ଥଇଥାନ ନିମନ୍ତେ ମାଲକାନଗିରି ଠାରେ ଥିବା ବୃଦ୍ଧାଆଶ୍ରମ ରେ ରଖାଯିବ ବୋଲି ଶ୍ରୀମତୀ ଦଳେଇ ପ୍ରତିଶୃତି ଦେଇଛନ୍ତି!ଏଥିସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବର୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରାଯାଉଛି!ଆଗକୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ସ୍ଥିତ ମେଡିକାଲ କଲେଜ ପଠାଇବା ସହ ଚିକିତ୍ସା ନିମନ୍ତେ ଉଚିତ ପଦକ୍ଷେପ ନିଆଯାଉଛି ବୋଲି ଡାକ୍ତର ଶ୍ରୀ ଡିଣ୍ଡା ପ୍ରକାଶ କରିଛନ୍ତି!