
ମାଲକାନଗିରି, ମାଲକାନଗିରି ରିକଲ୍ଲାମେସନ କଲୋନୀରେ ରହୁଥିବା ଭାଗିରଥି ନାୟକ ନାମକ ୮୫ ବର୍ଷୀୟ ଏକ ବୃଦ୍ଧ ଙ୍କ ପୁଅ ତାଙ୍କୁ ଭରଣପୋଷଣ ପାଇଁ ଦେଉନଥିବାରୁ ସେ ଅସହାୟ ହୋଇ ନାନା କଷ୍ଟରେ ବିତାଡିତ ଅବସ୍ଥାରେ ମାଲକାନଗିରି ର ବିଭିନ୍ନ ସାହିରେ ବୁଲି ବୁଲି ଭିକ ମାଗି ଚଳୁଥିଲେ!ଏ ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ,, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ, ଆଇନ ସେବା ପ୍ରାଧିକରଣ ର ତାଲିମ ପ୍ରାପ୍ତ ସ୍ବେଛାସେବୀ ତଥା ଅଧ୍ୟାପକ ଡ଼ ରଞ୍ଜନ କୁମାର ସ୍ୱାଇଁ ବିଳମ୍ବ ନକରି ସେହି ବୃଦ୍ଧ ଙ୍କୁ ଉଦ୍ଧାର କରି ସାମାଜିକ ଦୃଷ୍ଟିରୁ ରାସନ କାର୍ଡ, ପେନସନ, ପାଇବା ଏବଂ ହଜିଯାଇଥିବା ଆଧାର କାର୍ଡ ତତକ୍ଷଣାତ କରିବା ନିମନ୍ତେ ବ୍ୟବସ୍ଥା କରିଥିଲେ!ପୁଅ ରାଜେନ୍ଦ୍ର ଯେମିତି ବାପା ଙ୍କ ଭଲ ଭାବେ ଯତ୍ନ ନେବେ ଯଦି ସେ ଏହା ଠିକ ଭାବେ ନକରନ୍ତି ତାହାହେଲେ ସେ ଦଣ୍ଡ ପାଇବା ସହିତ ମାଥିଲି ରେ ଥିବା ବୃଦ୍ଧା ଆଶ୍ରମ ରେ ନେଇ ଭାଗିରଥି ଙ୍କୁ ଛଡ଼ାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦଳେଇ କହିଛନ୍ତି!ପ୍ରକାଶ ଥାଉକି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପୂର୍ବରୁ ମଧ୍ୟ ବହୁ ଅସହାୟ ବରିଷ୍ଠ ନାଗରିକ, ଶିଶୁ ଓ ଅନ୍ୟ ମାନଙ୍କୁ ଉଦ୍ଧାର କରି ଥଇଥାନ କରାଯାଇଛି!