
-
କନକ ଦୂର୍ଗା ଉଚ୍ଚ ବିଦ୍ୟାଳୟ 5T ଅନ୍ତର୍ଗତ ସ୍କୁଲ ରୂପାନ୍ତିକରଣ ପାଇଁ ୪୫ଲକ୍ଷ ଟଙ୍କା ମଞ୍ଜୁର
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦିନ ୧୧ଟା.୩୦ ସମୟରେ ଭୁବନେଶ୍ଵର ଲୋକସେବା ଭବନଠାରେ ରାଜ୍ୟ ଶକ୍ତି ଓ ଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ, କୃଷ୍ଣପ୍ରସାଦ ବ୍ଲକ, ପୁରୀ ସଦର ବ୍ଲକ ଓ ପଣସପଦା ଗ୍ରୀଡ ଭିତିଭୂମିର ଉନ୍ନତି ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଶକ୍ତି ବିଭାଗ ଓ ଡିସ୍କମ୍ ମାନଙ୍କର ବରିଷ୍ଠ ଅଧିକାରୀ ଯୋଗ ଦେଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।
ଏଥିସହିତ ସନ୍ଧ୍ୟା ୬ଟା.୩୦ ମିନିଟ୍ ସମୟରେ ଭୁବନେଶ୍ବର ଲୋକସେବା ଭବନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ସହିତ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଆଲୋଚନା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର କନକ ଦୂର୍ଗା ଉଚ୍ଚ ବିଦ୍ୟାଳୟ ରେ 5T ଅନ୍ତର୍ଗତ ସ୍କୁଲ ରୂପାନ୍ତିକରଣ ଯୋଜନା ପାଇଁ ୪୫ଲକ୍ଷ ଟଙ୍କା ମଞ୍ଜୁର କରାଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସ ବର୍ମା ଧନ୍ୟବାଦ ଜଣାଇଛନ୍ତି ।