
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ମୁକ୍ତିମଣ୍ଡପ ପଣ୍ଡିତସଭାର କାମଚଳା କାର୍ଯ୍ୟକାରୀ ସଭାପତିଙ୍କ ବିରୁଦ୍ଧରେ ଆଜି ପଣ୍ଡିତସଭାର କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀ ସୂର୍ଯ୍ୟନାରାୟଣ ରଥ ନ୍ୟାୟପାଇଁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । କାମଚଳା କାର୍ଯ୍ୟକାରୀ ସଭାପତି ଶ୍ରୀ ଆଦିତ୍ୟ ହୃଦୟ ମିଶ୍ର ମହାନ ଧର୍ମାନୁଷ୍ଠାନର ସ୍ଥାୟୀ ସଭାପତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିନାନୁମତିରେ ସରକାରୀ କରୋନା କଟକଣାକୁ ବେଖାତିରି କରିଥିଲେ |ଗତ ୨୦୨୦ ଷୋଳ ଶାସନ ଭୋଗର ଆୟୋଜନ କରି,ଡୁଡୁଵାଲା ଧର୍ମଶାଳାରେ ଶତାଧିକ ଲୋକଙ୍କୁ ଅବଢ଼ା ଭୋଜନ କରାଇବା ଓ ଶାସନ ମାନଙ୍କୁ ଅବଢ଼ା ପ୍ରେରଣ କରି ସେଠାରେ ଲୋକଙ୍କୁ ସମବେତ କରିବାର ସୁଯୋଗ ସୃଷ୍ଟି କରିବା ସହିତ ଅନୁଷ୍ଠାନର ସମ୍ବିଧାନରେ ଚିଠି ପଠାଇ ବାହାର ଲୋକଙ୍କ ଠାରୁ ଦାନ ଅର୍ଥ ସଂଗ୍ରହ କରିବାର ବ୍ୟବସ୍ଥା ନ ଥିବା ବେଳେ ଶ୍ରୀ ମିଶ୍ର ନିଜ ନାମ,ନିଜ ଠିକଣା,ନିଜ ମୋବାଇଲି ନମ୍ବର ଦେଇ ନିଜ ସ୍ୱାକ୍ଷରରେ ଲୋକଙ୍କ ଘରକୁ ଚିଠି ପ୍ରେରଣ କରି ଦାନ ଅର୍ଥ ନିଜେ ସଂଗ୍ରହ କରିବା , ନିଜ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାକୁ ଯାଇଥିବା ଦାନ ଅର୍ଥର ବିବରଣୀ ଅନୁଷ୍ଠାନକୁ ହସ୍ତାନ୍ତର ନ କରିବା , ଏଥିପାଇଁ ସମ୍ପାଦକଙ୍କ କ୍ଷମତାକୁ ନିଜେ ମନଇଛା କରିଚାଲିବା , ଷୋଳ ଶାସନ ଭୋଗ ଭଳି ଜନଗହଳିପୁର୍ଣ୍ଣ ପ୍ରସାଦ ସେବନର ଆୟୋଜନ କରିଥିବା ବେଳେ ଭକ୍ତମାନଙ୍କର ପିତୃପୁରୁଷଙ୍କ ପାଇଁ ଥିବା ଜମା ଅର୍ଥରେ କରୋନା ଆଳ ଦେଖାଇ ସେମାନଙ୍କର ଶ୍ରାଦ୍ଧ ସନ୍ତର୍ପଣ ବନ୍ଦ କରିବା ପ୍ରଭୃତି କରିଥିବା ମନମୁଖୀ କାର୍ଯ୍ୟକଳାପ ଓ ବେଆଇନି କାର୍ଯ୍ୟକଳାପ ବିରୁଦ୍ଧରେ ତା.୩୧.୧.୨୦୨୧ ରିଖରେ ଶ୍ରୀ ସୂର୍ଯ୍ୟନାରାୟଣ ରଥ ,ପୁରୀ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଥାନାରେ ଅଭିଯୋଗ ହେବାପରେ କାମଚଳା କାର୍ଯ୍ୟକାରୀ ସଭାପତି ପୁନର୍ବାର ସ୍ଥାୟୀ ସଭାପତିଙ୍କ ବିନାନୁମତିରେ ଓ ସମ୍ପାଦକଙ୍କ ଅଜ୍ଞାତରେ ସହ ସମ୍ପାଦକଙ୍କ ସ୍ୱାକ୍ଷରରେ ମିଆଦ ପୁରିଯାଇଥିବା କାର୍ଯ୍ୟକାରୀ ସଦସ୍ୟଙ୍କୁ ଚିଠି ମାଧ୍ୟମରେ ଡକାଇ ଏକ ସ୍ୱତନ୍ତ୍ର ବୈଠକରେ ସମ୍ବିଧାନର ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି କଙ୍ଗାରୁ କୋର୍ଟ ସଦୃଶ ଅଭିଯୋଗକାରୀ ଶ୍ରୀ ରଥଙ୍କ ସହିତ ବିନା ନୋଟିସିରେ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଓ ଶ୍ରୀ ହରିଶଙ୍କର ମିଶ୍ରଙ୍କୁ ପଣ୍ଡିତସଭାରୁ ବହିଷ୍କାର କରିବାଭଳି ଆସାମ୍ବିଧାନିକ ନିଷ୍ପତ୍ତି ନିଆଗଲା ଓ ନିଜକୁ ସୁହାଇଲା ଭଳି ଜଣେ ସମ୍ପାଦକ ସ୍ଥାୟୀ ସଭାପତିଙ୍କ ଅଜ୍ଞାତରେ ଉକ୍ତ ବୈଠକରେ ମନୋନୀତ କରାଗଲା ,ଫଳରେ ଭକ୍ତଙ୍କର ଅନୁଷ୍ଠାନରେ ଜମାଥିବା ପ୍ରାୟ ଦେଢ଼ କୋଟି ଟଙ୍କା ବର୍ତମାନ ବିପଦରେ । ଶ୍ରୀରଥ ବହିଷ୍କାର ଖବର ମିଡ଼ିଆରୁ ଜାଣିବା ପରେ ନିଜର ସମ୍ମାନ ହାନି ହୋଇଥିବା ଦର୍ଶାଇ ପୁନର୍ବାର ତା.୨୨.୩.୨୦୨୧ରିଖରେ କାମଚଳା କାର୍ଯ୍ୟକାରୀ ସଭାପତିଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନା ,ପୁରୀରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଆଠ ମାସ ମଧ୍ୟରେ ସମ୍ପୃକ୍ତ ଥାନା କୌଣସି ଆଇନିଗତ କାର୍ଯ୍ୟାନୁଷ୍ଠାନ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ନ କରିବା ଯୋଗୁଁ ଅଭିଯୁକ୍ତ ଶ୍ରୀ ମିଶ୍ର ନିଜର ସୁରକ୍ଷା ନିମିତ୍ତ ପ୍ରମାଣ ନଷ୍ଟ କରିବା ,ପ୍ରମାଣ ଯୋଗାଡ଼ କରିବା ,କର୍ମଚାରୀଙ୍କ ଦ୍ୱାରା ଶାସନ ମାନଙ୍କରୁ ଦସ୍ତଖତ ସଂଗ୍ରହ କରି ସମର୍ଥନ ଯୋଗାଡ଼ କରିବା ଭଳି ଅନେକ ବେଆଇନି କାର୍ଯ୍ୟ କରିବାର ସୁଯୋଗ ପାଇଲେ । ବର୍ତ୍ତମାନ ଉଦ୍ଧେଶ୍ୟ ମୂଳକଭାବେ ଯଥା ତିଥିରେ ଶ୍ରାଦ୍ଧ ସନ୍ତର୍ପଣ ନ କରି ରଖିଥିବା ଅର୍ଥକୁ ପଣ୍ଡିତସଭା କର୍ମକର୍ତ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜେ ପୁନର୍ବାର ସଭାପତି ପଦକୁ ଆଶା ରଖି ଗାଁ ମାନଙ୍କରୁ ସଦସ୍ୟଙ୍କୁ କର୍ମଚାରୀଙ୍କ ଦ୍ୱାରା ଡକାଇ ଆପ୍ୟାୟିତ କରୁଛନ୍ତି । ଭକ୍ତଙ୍କର ପିତୃପୁରୁଷଙ୍କର ନିର୍ଦିଷ୍ଟ ତିଥିରେ ଶ୍ରାଦ୍ଧ ସନ୍ତର୍ପଣ ନ କରି ସେମାନଙ୍କୁ ସେମାନଙ୍କର ପଣ୍ଡିତମାନଙ୍କୁ ପାପରେ ଭାଗୀ କରୁଛନ୍ତି ବୋଲି ଶ୍ରୀ ସୂର୍ଯ୍ୟନାରାୟଣ ରଥ ଅଭିଯୋଗ କରିଛନ୍ତି । ଆଜି ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସିଂହଦ୍ୱାର ଥାନାରେ ଶ୍ରୀ ରଥ ଦେଇଥିବା ଦୁଇଗୋଟି ଲିଖିତ ଅଭିଯୋଗ ଉପରେ ଉପଯୁକ୍ତ ସରଜମିନ ତଦନ୍ତ ପୂର୍ବକ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ବ୍ୟକ୍ତିଗତ ସମ୍ମାନ ରକ୍ଷା ସହିତ ଅନୁଷ୍ଠାନର ସମ୍ମାନ ଅକ୍ଷୁର୍ଣ୍ଣ ରଖାଯାଉ ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ ଶ୍ରୀ ରଥ ଅନୁରୋଧ କରିଛନ୍ତି ।