ଭଞ୍ଜନଗର – ଭଞ୍ଜନଗର ଅଞ୍ଚଳ ରେ ଗତ 3ଦିନ ଧରି ଲଗାଣ ବର୍ଷା ରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଆଜି ପାଣି ପାଗ ଶୁଖିଲା ଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖା ଦେଇଛି l ବିଶେଷ କରି ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ବାଣ ଦୋକାନ ପାଇଁ ଅନୁମତି ମିଳିଥିଲା ତେଣୁ ସେଠାରେ 11ଟି ଷ୍ଟଲ ମଧ୍ୟ ଖୋଲିଥିଲା l ହେଲେ ଗତ କାଲି ଯାଏଁ ପ୍ରବଳ ବର୍ଷା କାରଣରୁ ଚିନ୍ତାରେ ଥିଲେ ବ୍ୟବସାୟୀ l ଆଜି ସ୍ୱାଭାବିକ ଅବସ୍ଥା ଫେରିଥିବାରୁ ବାଣ ଦୋକାନ ଗୁଡିକରେ ଛୋଟ ପିଲାଙ୍କ ଠାରୁ ବଡଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଲାଗିରହିଛି l ସନ୍ଧ୍ୟାରେ ଆଲୋକ ର ପର୍ବ ଦୀପାବଳି ପାଇଁ ଅଧିକାଂଶ ଘରେ ରଙ୍ଗ ବେରଙ୍ଗ ର ଆଲୋକ ମାଳା ରେ ସଜ୍ଜା ଯାଉଥିବା ଦେଖିବାକୁ ମିଳୁଛି l
Related Stories
November 23, 2024