
ଭୁବନେଶ୍ୱର, ରାଜ୍ୟର ୧୩ ଟି ସ୍ଥାନ ରେ ମହିଳା କର୍ମଜୀବୀ ନିବାସ ରହିଛି । ଏଥିରେ ୮୨୦ ଅନ୍ତେବାସୀ ରହିଛନ୍ତି । ମାସିକ ୩୫ ହଜାର ରୁ କମ ଆୟ କରୁଥିବା ମହିଳା ଙ୍କୁ ହଷ୍ଟେଲରେ ରହିବାକୁ ପ୍ରାଥମିକତା ଦିଆଯାଇଛି । ଜିଲ୍ଲାରେ ଆବଶ୍ୟକତାକୁ ଜିଲ୍ଲାପାଳ ଙ୍କ ସୁପାରିଶ ଆଧାରରେ ଅଧିକ କର୍ମଜୀବୀ ନିବାସ ଖୋଲିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।
ସେ କହିଛନ୍ତି ଯେ ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି । ଆବଶ୍ୟକସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ । ୧୧ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳ ମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ ।