-
ବିଟେକ୍ ଛାତ୍ର ଗିରଫ
ଖୋର୍ଦ୍ଧା, ଏସଟିଏଫ ପକ୍ଷରୁ ଖୋର୍ଦ୍ଧା ନିକଟସ୍ଥ କୁମାରବସ୍ତ ପେଟ୍ରୋଲ ଟାଙ୍କି ନିକଟରେ ଚଢ଼ଉ କରାଯାଇ ୧ କେଜି ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏହି ବ୍ରାଉନସୁଗାର ଲିଙ୍କ୍ ରେ ଜଣେ ବିଟେକ୍ ଛାତ୍ରଙ୍କୁ ଗିରଫ କରିଛି ଏସଟିଏଫ । ଏହି ଛାତ୍ର ଜଣକ ହେଲେ ଗୁରୁଜଙ୍ଗ ଦେୱାନ ସାହିର ମନୋରଞ୍ଜନ ଦାସ । ମନୋରଞ୍ଜନ ବ୍ରାଉନସୁଗାର ବିକ୍ରୀ ପାଇଁ ଡିଲ୍ କରୁଥିବା ବେଳେ ଏସଟିଏଫ ହାତରେ ଧରାପଡିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।
ପ୍ରକାଶ ଥାଉକି, ବାଲେଶ୍ୱର ପରେ ଖୋର୍ଦ୍ଧା ସହର ଏବେ ଧଳା ଜହରର ହବ୍ ପାଲଟିଛି । ବିଭିନ୍ନ ସମୟରେ ପୋଲିସ, ଅବକାରୀ ବିଭାଗ ଓ ଏସଟିଏଫ ପକ୍ଷରୁ ଚଢ଼ଉ କରାଯାଇ ଅନେକ ବେପାରୀଙ୍କୁ ଗିରଫ କରାଯାଇଛି । ଏପରିକି କୋଟି କୋଟି ଟଙ୍କାର ଧଳା ଜଳର ଜବତ କରାଯାଇଥିଲେ ମଧ୍ୟ ବ୍ରାଉନସୁଗାରର ଚୋରା କାରବାର ଥମିବାର ନାଁ ଧରୁନାହିଁ ।