ବାରିପଦା – ବାରିପଦା ପୌରପରିଷଦ ଚୋରା ମାଦକ ଦ୍ରବ ବ୍ୟବସାୟୀଙ୍କ ଚରାଭୂମି ପାଲଟିଯାଇଥିଲା । ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଭାବେ ପରମାର ସ୍ମିଥ ପରଷୋତମ ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ସହରରେ ବିଗିଡ଼ାଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହ ଚୋରା ନିଶାଦ୍ରବ୍ୟ ବ୍ୟବସାୟୀମାନଙ୍କ ମୂଳୋତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଫଳରେ ଚୋରା ବ୍ରାଉନସୁଗା, ମଦ, ଗଞ୍ଜେଇ ଆଦି ବ୍ୟବସାୟୀମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ଏହି ସମୟରେ ବିଶେଷ ସୂତ୍ରରୁ ବାରିପଦା ପୌରପରିଷଦର ଶୁନଗଡ଼ିଆ ଅଞ୍ଚଳରେ ଏକ ବ୍ୟକ୍ତି ଚୋରା ଗଞ୍ଜେଇ ବ୍ୟବସାୟ ଚଳାଇଥିବା ବିଷୟରେ ଏସପି ଶ୍ରୀପରମାର ସ୍ମିଥ ଖବର ପାଇବା ପରେ ତାଙ୍କର ନିର୍ଦ୍ଦେଶ କ୍ରମେ ବାରିପଦା ଟାଉନ ଥାନା ପୁଲିସ ଚଢ଼ାଉ କରି ଜନାର୍ଦ୍ଦନ ମିଶ୍ରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୮୬୪ ଗ୍ରାମର ଚୋରା ଗଞ୍ଜେଇ, ଗୋଟାଏ ନିକିତି, ମୋବାଇଲ, ନଗଦ କିଛି ଟଙ୍କା ଏବଂ ଗୋଟାଏ ଭଙ୍ଗା ବନ୍ଧୁକ ଜବତ କରିଛି । ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ୩୧୦/୨୬.୧୦.୨୦୧୯ରେ ମାମଲା ରୁଜୁ କରାଯାଇଛି ଏବଂ ବନ୍ଧୁକକୁ ନେଇ ତଦନ୍ତ ଚାଲିଥିବାର ଜଣାପଡ଼ିଛି ।
Related Stories
November 28, 2024