
ପୁରୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଝାରକଟାରେ ଗାଁ ପୋଖରୀରୁ ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଉଭୟ ପକ୍ଷର ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ କୃଷ୍ଣପ୍ରସାଦ ଥାନା ପୋଲିସ ପହଂଚି ସ୍ଥିତି ଉପରେ ନଜର ରଖିଛି । ସେଠାରେ ଚାପା ଉତେଜନା ଲାଗି ରହିଛି ।