-
୨୦୫ ଲିଟର ଦେଶି ମଦ ଓ ମଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ସରଞ୍ଜାମ ଜବତ : ୪ ଗିରଫ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଂଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଧରପଗଡ଼ କରାଯାଇଛି । ଆସିକା ଅବକାରୀ ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ନାହାତୋଟା ସାହି, ବଡ଼ମରାଠି ସାହି, ବିରିପଦର, ମୁଜାଗଡ଼, ଭାଲୁ ଗାଡ଼ିଆ ଓ ନନ୍ଦିନୀପଲ୍ଲୀ ଆଦି ସ୍ଥାନରେ ଚଢ଼ଉ କରି ୪୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୨୦୫ ଲିଟର ଦେଶି ମଦ ଓ ମଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ସରଞ୍ଜାମ ଜବତ କରିଛି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ୫ଟି ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।