ବାରିପଦା – ଅକ୍ଟୋବର ୨୫ ଭୋର ସମୟରେ ବାରିପଦା ସଦର ଥାନା ଅନ୍ତର୍ଗତ ତଥା ଶାମାଖୁଂଟା ବ୍ଲକ ଶିରିଷବଣି ରାସ୍ତାରେ ଜଣେ ଅଜଣା ବ୍ୟକ୍ତି ପଡ଼ିଥିବାର ୧୦୮କୁ ଖବର ଯାଇଥିଲା ଏବଂ ୧୦୮ ଘଟଣାସ୍ଥଳରେ ପହଂଚି ଯୁବକକୁ ଆଣି ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ପହଂଚାଇବା ପରେ ଡ଼ାକ୍ତର ମୋହନ ମୁର୍ମୁ ଯୁବକକୁ ରିସିଭ ଡ଼େଥ ଘୋଷଣା କରିଥିଲେ । ଏହି ସମୟରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡ଼ିହା ଅଂଚଳର ଉପେନ୍ଦ୍ର ମହାନ୍ତଙ୍କ ପୁଅ ଦେବାଶିଷ ମହାନ୍ତ(୩୫) ଗତ କାଲି ଘରକୁ ଫେରିନଥିଲେ । ଫଳରେ ବାପା ଉପେନ୍ଦ୍ର ଓ ପରିବାରର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ହସପିଟାଲରେ ପହଂଚିବା ପରେ ଶବଟି ତାଙ୍କ ପୁଅ ଦେବାଶିଷ ବୋଲି ଚିହ୍ନଟ କରିଥିଲେ । ଖବରପାଇ ବାରିପଦା ସଦର ଥାନା ପୁଲିସ ହସପିଟାଲରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଉକ୍ତ ଘଟଣାକୁ ନେଇ ସଦର ଥାନାରେ କେଶ ନଂ ୧୩୬/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସଂଗେସଂଗେ ଯୁବକର ମୃତ୍ୟୁର କାରଣକୁ ନେଇ ତଦନ୍ତ ଆରମ୍ଭ କରାଯାଇଥିବାର ଜଣାପଡ଼ିଛି ।
Related Stories
November 28, 2024