ଭୁବନେଶ୍ୱର, ୦୩ ସେପ୍େଟମ୍ବର ଗୃହ ଚଲାଇ ନଦେବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଆଜି ଗୃହ ନ ଚାଲିବା ନେଇ ବିଜେଡି ସହ ଫିକ୍ସିଂ କରିଛି । ସେ କହିଛନ୍ତି ଯେ ଗତକାଲି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଛି । ଭିତିରି ବୁଝାମଣା କରି ଚାଲିଛନ୍ତି ଦୁଇ ଦଳ । ଫମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ । ଫଆଇନଶୃଙ୍ଖଳା ପ୍ରସଙ୍ଗ ଆଲୋଚନା ହୋଇଥିଲେ ସରକାର ଅକଳରେ ପଡ଼ିଥାନ୍ତେ । କଂଗ୍ରେସ ଷ୍ଟାଫ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ଗୃହ ବନ୍ଦ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
Related Stories
November 23, 2024