-
ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନ କରିବା ଗଣତନ୍ତ୍ର ପାଇଁ ବିପଦ
ଭୁବନେଶ୍ୱର, ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ପ୍ରସଙ୍ଗ ଉଠାଇବା ମାତ୍ରେ ଗୃହକୁ ସ୍ଥଗିତ କରି ଦିଆ ଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତି ଯେ ଗୃହ ଚଳାଇବାକୁ ସରକାରୀ ଦଳର ଇଚ୍ଛା ନାହିଁ । ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନ କରିବା ଗଣତନ୍ତ୍ର ପାଇଁ ବିପଦ ।
ସେ କହିଛନ୍ତି ଯେ ଗତ କାଲି ଷ୍ଟାଫ ସିଲେକ୍ସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆ ଯାଇଥିଲା । ସେଥିରେ ସହମତି ପ୍ରକାଶ କରିଥିଲୁ । କଲି ଗୃହରେ ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲା ନାହିଁ । ନିୟମ ଅନୁସାରେ ଆଜି ଆଲୋଚନା ହେବା କଥା କିନ୍ତୁ କିନ୍ତୁ ବିଜେପି ଆଜି ମୁଲତବୀ ପ୍ରସ୍ତାବ ବଦଳେଇ ଦେଇଛି । ଯେଉଁଥିରେ ଆମର ସହମତି ନେଇ ନାହାନ୍ତି ।
ଯେଉଁଥିପାଇ ପ୍ରଶ୍ନ କାଳ ଆରମ୍ଭରୁ ଆମେ ଦାବି କରିଥିଲୁ ଷ୍ଟାଫ ସିଲେକ୍ସ ନ ଦୁର୍ନୀତି ନେଇ ଆରମ୍ଭରୁ ଆଲୋକଚନା କରାଯାଉ । କିନ୍ତୁ ବାଚସ୍ପତି କିଛି ନଶୁଣି ଗୋଟିଏ ମିନଟ ରେ ଗୃହକୁ ମୁଲତବୀ କରିଦେଲେ । ଆଚନକ ଗୃହକୁ ମୁଲତବୀ କରିବା ଦୁର୍ଭାଗ୍ୟ ଜନକ । ଏହାକୁ ମୁଁ ବିରୋଧ କରୁଛି । ବାଚସ୍ପତିଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ଡାକି ଆଲୋଚନା କରିବା ଏକଥା । ସମସ୍ୟା ସମସ୍ୟା ସମାଧାନ କରିବା କଥା । ଯଦି ସମାଧାନ ନ ହୁଏ ଗୃହକୁ ବନ୍ଦ କରିବେ । ଆଲୋଚନା କରିବାକୁ ସରକାରୀ ଦଳର ଇଚ୍ଛା ନାହିଁ । କିନ୍ତୁ ବାଚସ୍ପତି ଗୋଟିଏ ମିନିଟରେ ଗୃହକୁ ବନ୍ଦ କରିଦେଉଛନ୍ତି । ବାଚସ୍ପତି ସରକାରୀ ଦଳରେ ବନ୍ଧା । ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି ସେ କହିଛନ୍ତି ।