ନୂଆପଡ଼ା,ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମ ଠାରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଖର୍ଚ୍ଚ ହେଲା 2 ହଜାର କୋଟି । କିନ୍ତୁ ଯେଉଁ ଗାଁ ନାମରେ ଯୋଜନା ହେଲା ସେହି ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ । ବର୍ତ୍ତମାନ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରୁଛନ୍ତି ତିଖାଲି ଡ୍ୟାମକୁ ଦେଖୁବା ପାଇଁ । ରାସ୍ତା ଭଲ ନଥିବାରୁ ଯାତାୟତରେ ଘୋର ଅସୁବିଧା ହେଉଥିବା ତିଖାଲି ଭ୍ରମଣରେ ଆସୁଥିବା ଯାତ୍ରୀ ମାନେ ପ୍ରକାଶ କରିଛନ୍ତି । ଖଡ଼ିଆଳ ବ୍ଲକ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।