ନୂଆପଡ଼ା, ଅନଲାଇନ ଅର୍ଡର ଦେଇ ନୂଆପଡ଼ା ଜିଲ୍ଲା ଖରିଆର ଅଞ୍ଚଳର ଜଣେ ଯୁବକ ଠକେଇର ଶିକାରରେ ପଡ଼ିଛନ୍ତି । ସେ ଏକ ମୋବାଇଲ ଫୋନ ସକାଶେ ଅର୍ଡର ଦେଇଥିବା ବେଳେ ଏକ ଇଟାଖଣ୍ଡ ଆସିଥିବା ଜଣାପଡ଼ିଛି । ସୂଚନା ମତେ ଖରିଆର ଅଞ୍ଚଳର ଜଣେ ଯୁବକଙ୍କୁ ଏକ ମୋବାଇଲ ନମ୍ବରରୁ ଫୋନଆସିଥିଲା । ଫୋନରେ ଠକ କମ୍ପାନୀ ପକ୍ଷରୁ ଲଟେରୀ ଲାଗିଥିବା ନେଇ ଯୁବକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ରେଡମି କମ୍ପାନୀର 20 ହଜାର ଟଙ୍କାର ମୋବାଇଲକୁ 10 ହଜାର ଟଙ୍କାରେ ଦିଆଯିବ ବୋଲି ସୂଚନା ଦେଇଥିଲେ । ଯୁବକ ଜଣକ ଏହି ମୋବାଇଲର ପ୍ରଲୋଭନରେ ପଡ଼ି ତାଙ୍କ ପୋଷ୍ଟଲ ଠିକଣା ଦେଇଥିଲେ । ହେଲେ ଆଜି ଯୁବକ ଜଣକ ଖରିଆର ପୋଷ୍ଟ ଅଫିସରୁ 10 ହଜାର ଟଙ୍କା ପୈଠ କରି ପ୍ୟାକେଟ ଖୋଲିଲା ବେଳକୁ ଏକ ଇଟା ଖଣ୍ଡ ରହିଥିବା ଦେଖି ଠକେଇର ଶିକାରରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ଲୋକେ ସଚେତନ ହୋଇ ଅନଲାଇନରେ ବିଭିନ୍ନ ଜିନିଷ ମାଗାଇବା ପୂର୍ବରୁ ସଚେତନ ହୋଇ କିଣିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।