ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନା ଗ୍ରାମର ଜୈନିକ ବିବାହିତା ମହିଲାଙ୍କୁ ଗାଧୁଆ ତୋଠରୁ ଉଠାଇ ନେଇ ୨ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭର୍ତ୍ତି କରି ସିନାପାଲି ଥାନା ପକ୍ଷରୁ ୨ ଜଣ ଅଭିଯୁକ୍ତଙ୍କୁ କୋଟ ଚାଲଣ କରାଯାଇଥିବା ବେଲେ ଅଭିଯୁକ୍ତ ମାନେ ଜେଲ୍ କାରାଦଣ୍ଡରେ ବନ୍ଦୀ ରହିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଆଜି ସିନାପାଲି ବ୍ଲକ ଯାଦବ ସମାଜର ଏକ ବୈଠକ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନା ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ୨ଜଣ ଅଭିଯୁକ୍ତଙ୍କୁ ଫାସି ଦଣ୍ଡ ମିଲିବା କଥା ଯାହା ଫଲରେ ଆଗାମୀ ଦିନରେ କୌଣସି ବ୍ୟକ୍ତି ଏମିତ ଦୁଷ୍କର୍ମ କରିବାକୁ ସାହାସ କରି ପାରିବେନାହି ବୋଲି ସମାଜର ଅନେକ ଲୋକେ ପ୍ରକାଶ କରିଛନ୍ତି। ହେଲେ ଆଗାମୀ ଦିନରେ ଅଭିଯୁକ୍ତ ମାନଙ୍କୁ ଫାସି ଦଣ୍ଡ ନମିଲେ ତେବେ ସିନାପାଲି ପୋଲି ଥାନା ଘେରାଉ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ନୂଆପଡା ଜିଲ୍ଲା ଯାଦବ ସମାଜ ସମ୍ପାଦକ ଲମ୍ୱୋଦର ନିଆଲ, ଜିଲ୍ଲା ଯାଦବ ସମାଜ ସଭାନେତ୍ରୀ ମମତା ମଞ୍ଜୁର ଥପା, ଖରିଆର ବ୍ଲକ ଯାଦବ ସମାଜ ସଭାପତି ସନ୍ତୋଷ ନିଆଲ, ଚାରିଗଡ ସମାଜ ସଭାପତି କେନୁରମ୍ ୟାଦବ୍, କେନ୍ଦୁମୁଣ୍ତା ଆଞ୍ଚଳିକ ଯାଦବ ସମାଜ ସଭାପତି କାମଦେବ ହଂସ, କେନ୍ଦୁମୁଣ୍ତା ଆଞ୍ଚଳିକ ଯାଦବ ସମାଜ ସଂପାଦକ ଗଣେଶ ପୋଡ, ସିନାପାଲି ଯାଦବ ସମାଜ ଲିଙ୍ଗରାଜ ଘିଭେଲା, କେନ୍ଦୁମୁଣ୍ତା ସରପଂଚ କ୍ଷୀରମତି ମାଝି, ପୁର୍ବତନ ସରପଂଚ କୈଲାଶ ବାଗ, ରାମଜିତ ବେମାଲ ସମେତ ସମାଜର ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ।