ଭୁୁବନେଶ୍ୱର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା ସତ୍ୱେ ଡାକ୍ତରଖାନାରୁ ଭର୍ଚୁଆଲି ବିଧାନସଭା ଅଧିବେଶନରେ େ ଯାଗ ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ -ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ । କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତାରେ ରହିଆସିଛି । ବିଧାନସଭାର ଏହି ଅଧିବେଶନରେ ମୁଁ ଗୃହରେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବି ଏବଂ ଓଡ଼ିଶାର ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି । ଜୟ ହିନ୍ଦ ।