ଭୁବନେଶ୍ୱର, ରାଜ୍ୟରେ କରୋନାରେ ଆଉ ୫୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁ ସଂଖ୍ୟା ରିଏଲ ଟାଇମ ନୁହେଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୮୦୨୨ ହୋଇ ଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ କେନ୍ଦୁଝର ଓ ଜଗସିଂହପୁରରୁ ୬ଜଣ ଲେଖାଏଁ, କଟକ ଓ ପୁରୀରୁ ୫ଜଣ ଲେଖାଏଁ, ଯାଜପୁରରୁ ୪ଜଣ, ଭୁବନେଶ୍ୱରରୁ ୩ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ, ନୟାଗଡ଼, ନବରଙ୍ଗପୁର, ବଲାଙ୍ଗୀର, ଅନୁଗୁଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଝାରସୁଗୁଡ଼ାରୁ ଜଣେ ୮ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି ।