
ଗଞ୍ଜାମ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ପଦକ ପାଇବା ପାଇଁ ଗଞ୍ଜାମ ଜିଲ୍ଲାରୁ ୪ ଜଣ ପୋଲିସ ଅଫିସର ମନୋନୀତ ହୋଇଥିବା ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏହି ପଦକ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ୪ ଜଣ ପୋଲିସ ଅଧିକାରୀଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ସବଇନ୍ସପେକ୍ଟର ଶ୍ରୀମତୀ ବିୟୁଟି ମହାନ୍ତି, ସବଇନ୍ସପେକ୍ଟର ଶ୍ରୀମତୀ ତରୁଲତା ବେହେରା, ସବଇନ୍ସପେକ୍ଟର ଜୟନ୍ତ ପ୍ରଧାନ ।