କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୋବିନ୍ଦା ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତିା ରତ୍ନସିଂହାସନସ୍ଥିତ ଚତୁର୍ଦ୍ଦାବିଗ୍ରହ,ମା ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର,ପାର୍ଶ୍ୱ ର୍ଦେବାଦେବୀଙ୍କୁ ସେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଡାକରା ଆସିବାରୁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତିକରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଛି ।
ପୁଣି ଥରେ ତାଙ୍କ ଜୀବନରେ ସୁଃଖ ଶାନ୍ତି ଫେରିଆସିଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଗୋବିନ୍ଦାଙ୍କ ଦର୍ଶନ ସମୟରେ ମଧୂସୁଦନ ମହାପାତ୍ର,ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ପ୍ରାୟ ୩୦ ମିନିଟରୁ ଅଧିକ ସମୟ ହେବ ସେ ଦର୍ଶନ କରିଥିଲେ |