
ବ୍ରହ୍ମଗିରି ବ୍ଲକ ଗସ୍ତ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ଲକ ପରିସରରେ ଥିବା ନିର୍ମାଣଧୀନ ମିନି ସେକ୍ରେଟାରୀଏଟ୍ ର କାର୍ଯ୍ୟର ସ୍ଥିତ ଅନୁଧ୍ୟାନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ଉପାଧ୍ୟକ୍ଷ ସହଦେବ ସାହୁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ହରେକୃଷ୍ଣ ମଲ୍ଲିକ, ବ୍ରହ୍ମଗିରି ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତିପ୍ରକାଶ ସେଠି, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ରବି ସାହୁ ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।