ନୂଆପଡ଼ା, ସମୟ ଥିଲା ଚାଷୀ ମାନେ ଧାନ ନ ବୁଣିବା ଆଗରୁ ଗୋବର ଖତ ଜମିରେ ପକାଉଥିଲେ । ପରେ ଧାନ ବୁଣୁଥିଲେ । ଭଲ ବର୍ଷା ହେଲେ ଚାଷୀ ମାନେ ଦୁଇ ଗୁଣା ଫସଲ ଅମଳ ପାଉଥିଲେ । ଏହି ଗୋବର ଖତ ଭଲ ଭାବରେ ପ୍ରୟୋଗ କଲେ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ଧାନ ଫସଲ ଅମଳ ହେଉଥିଲା । କିନ୍ତୁ, ଏହି ଅଞ୍ଚଳରେ ଗାଇଗୋରୁ ଅଭାବ ପରିଲକ୍ଷିତ ହୋଇଯାଇଛି । ବର୍ତ୍ତମାନ କୌଣସି ଚାଷୀଙ୍କ ଘରେ ଗାଇ ଗୋରୁ ନ ଥିବା କହିଲେ ଚଳେ । କାଁ ଭାଁ କମ ଚାଷୀଙ୍କ ଘରେ ଗାଇଗୋରୁ ଅଛି । ଯାହାଫଳରେ ଅଞ୍ଚଳରେ 20 ରୁ 25 ବର୍ଷ ହେଲା ବିଦେଶୀ ସାରର ପ୍ରୟୋଗକୁ ଆଦରି ନେଇଛନ୍ତି । ଏହି ବିଦେଶୀ ସାର ୟୁରିଆ, ଡିଏପି, ପଟାସ ପ୍ରତି ବର୍ଷ ଜମିରେ ନ ପକାଇଲେ ଧାନ ଫସଲ ଅମଳ ହେବାର ପ୍ରଶ୍ନ ଉଠୁନାହିଁ । ଚାଷୀ ମାନେ ବାଧ୍ୟ ହୋଇ ଏହି ବିଦେଶୀ ସାରକୁ ବ୍ୟବହାର କରି ଆସୁଛନ୍ତି । କିନ୍ତୁ, ବର୍ତ୍ତମାନ ଏହି ଵିଦେଶୀ ସାର ୟୁରିଆ ଏକ ମାସ ହେଲା ଅଭାବ ଯୋଗୁଁ ଚାଷୀ ଧାନ ଜମିରେ ପ୍ରୟୋଗ କରି ପାରୁନାହିଁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସାରର ଅଭାବି ବିକ୍ରିକୁ ଦୂର କରିବା ପାଇଁ ଦାବି ହେଉଛି ।