ପୁରୀ, ତିନି ଦିନ ପରେ ଭକ୍ତଙ୍କ ଦର୍ଶନ ପାଇଁ ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର । ଲଗାତାର ୩ ଦିନ ଜଗା ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ବ୍ୟାକୁଳିତ ଅବସ୍ଥାରେ ରହିଥିଲେ । ଶନି ଓ ରବିବାର ସଟଡ଼ାଉନ ଯୋଗୁଁ ଦର୍ଶନ ବନ୍ଦ ରହିଥିଲା । ସୋମବାର ଜନ୍ମାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦର୍ଶନ ବନ୍ଦ ରଖାଯାଇଥିଲା । ତେବେ ଆଜି ସକାଳ ୭ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଯାଇ ସିଂହଦ୍ୱାରରେ ପ୍ରବେଶ କରିବା ସହ ଠକୁର ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ମାନେ ସାଙ୍ଗରେ ୨ଟି ଟିକା ନେଇଥିବାର ପ୍ରମାଣପତ୍ର କିମ୍ବା ୪ଦିନ ପୂର୍ବରୁ କୋଭିଡ଼ ପରୀକ୍ଷା କରି ନେଗେଟିଭ ରିପୋର୍ଟ ଦେଖାଇ ପାରିବେ । ଏହା ସହ ଆଧାର କାର୍ଡ଼ ସାଥିରେ ଆଣିବାକୁ ପରାମର୍ଶ ଦିଆଯାଇଛି ।