
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବ୍ଲକ ଛକରୁ ଏକ ବାଇକ୍ ଚୋରି ହୋଇଅଛି । ଏନେଇ ବାଇକ୍ ର ମାଲିକ ସଦାନନ୍ଦ ସିଂ ଠାକୁର ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି । ସେ ବ୍ଲକ ଛକ ପାଖକୁ ବାଇକ୍ ନେଇ କିଛି ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ବାଇକ୍ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।