
-
ଗାଁ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେଲା
କନ୍ଧମାଳ, ଦିନ ଥିଲା ଗ୍ରାମାଂଚଳର ଲୋକଙ୍କ ଯେ କୈାଣସି ସମସ୍ୟାର ସମାଧାନ ପାଇଁ ଗାଁ କମିଟି ବା ବୈଠକ ମାଧ୍ୟମରେ ଏହା ସମାଧାନ ହେଉଥିଲା । ସେଥିପାଇଁ ଲୋକଙ୍କୁ ପୋଲିସ ,ଓକିଲ କିମ୍ବା କୋର୍ଟ କଚେରୀ ଯିବାର କୈାଣସି ଆବଶ୍ୟକତା ପଡୁନଥିଲା । ସେଭଳି ପରମ୍ପରା ଓଡିଶା କାହିଁକି ସମଗ୍ର ଭାରତ ବର୍ଷରେ ଇଂରେଜ ସରକାରଙ୍କ ସମୟରୁ ଚାଲି ଆସୁଥିଲା । କାଳକ୍ରମେ ଅଧୁନିକତା ଭିତରେ ନିଜକୁ ସାମିଲ କରିବା ସହିତ ଗ୍ରାମାଂଚଳର ଶିକ୍ଷିତ ଯୁବକ ଏଥିରୁ ଦୂରେଇ ଯାଇ ଆଇନ ଅଦାଲତର ଆଶ୍ରୟ ନେଇ ଏହି ପରମ୍ପରାକୁ ହଜାଇ ଦେଲେ । ଏଭଳି ଏକ ନିଆରା ପରମ୍ପରା ଦୀର୍ଘ ୫୦ ବର୍ଷ ହେଲା ଚାଲି ଆସୁଛି କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବାଡାବାଙ୍ଗା ପଂଚାୟତ ପିଅବାଡି ଗ୍ରାମରେ । ୭୦ ଦଶକରେ ଗ୍ରାମର ଅନେକ ଲୋକ ବିଭିନ୍ନ ରୋଗରେ ରୋଗାକ୍ରନ୍ତ ହୋଇ ପ୍ରାଣ ହରାଇଥିଲେ । ଏଥିପାଇଁ କିଛି ଭୟଭୀତ ପରିବାର ନିଜ ଗାଁ ଛାଡି ନିକଟସ୍ଥ ସିଆଙ୍ଗବାଲି,ରାଜେନପଙ୍ଗା,ଜଙ୍ଗଲ ଘର,କାକେଡାବାଡି ଓ ରୁକାନ ବାଡି ଗ୍ରାମରେ ବସତି ସ୍ଥାପନ କଲେ । ଫଲରେ ଧିରେଧିରେ ପିଅବାଡି ଗ୍ରାମ ଜନଶୂନ୍ୟ ହୋଇଗଲା । ୮୦ ଦଶକରେ ଶ୍ରୀନିକେତା ଓ ରୁକାନାବାଡି ଆଦି ଗ୍ରାମର ନୂତନ ୩୦ଟି ପରିବାର ପୁଣି ପିଅବାଡି ଗ୍ରାମରେ ବସତି ଆରମ୍ଭ କରିଥିଲେ । ୩୦ଟି ପରିବାର ମଧ୍ୟରୁ ୨୮ ଟି ପରିବାର ଅନୂସୁଚିତ ଜାତି ଓ ୨ଟି ପରିବାର ଅନୁସୂଚିତ ଜନଜାତି ବର୍ଗର ।
ପରବର୍ତି ସମୟରେ ରାଜ୍ୟସରକାର ଜଙ୍ଗଲ ଜମି ଆଇନ ଅଧିକାର ବଳରେ କକ୍ତି ଆଦିବାସୀ ଉପଯୁକ୍ତ ସୁବିଧା ପାଇଥିଲେ । ପୁଣି୨୦୧୦ ମସିହାରେ ୧୯୭୦ ମସିହାରୁ ଭିଟାମାଟି ଛାଡିଥିବା କିଛି ଆଧିବାସୀ ଏହି ଗ୍ରାମକୁ ଫେରିଥିଲେ । ସେତେବେଳେ ସେମାନଙ୍କ ଜମି ବାଡିରେ ଅନ୍ୟ ମାନେ ଚାଷ କରିବା ସହିତ କେତେକଙ୍କ ବାସ ସ୍ଥାନରେ ମଧ୍ୟ ଅନ୍ୟମାନେ ଘର ତିଆରି କରି ବସବାସ କରୁଥିଲେ । ଏ ନେଇ ବିଗତ କିଛି ବର୍ଷ ହେଲା ବର୍ତମାନ ଫେରିଥିବା ଆଧିବାସୀ ଓ ପୂର୍ବରୁ ରହୁଥିବା ଅଧିବାସୀ ମାନଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା । କିନ୍ତୁ ୫୦ ବର୍ଷ ତଳେ ରହିଥିବା ଗାଁ କମିଟି ଏକ ଗ୍ରାମ୍ୟ ବୈଠକ ଡାକି ପୁରୁଣା ଓ ନୂଆ ଅଧିବାସୀ ଙ୍କ ମଧ୍ୟରେ ଥିବା ସମସ୍ତ ଘର,ଜମି ଓ ବାସସ୍ଥାନ ବିବାଦର ସମାଧାନ କରିଦେଇଛି । ଦୀର୍ଘ ସମୟ ଧରି ଗାଁ ର ସମସ୍ୟା ସହିତ ନିଜ ସମସ୍ୟାକୁ ନେଇ ଆଲୋଚନା, ପର୍ଯ୍ୟା ଲୋଚନା ହୋଇଥିଲା । ଶତାବ୍ଦୀ ତଳର ଏହି ଗାଁ କୁ ଭଲ ରାସ୍ତାଟିଏ ନଥିବା ,ପାନୀୟ ଜଳ ଓ ଶିକ୍ଷା ସମସ୍ୟା କୁ ନେଇ ବୈଠକରେ ଆଲୋଚନା କରାଯିବା ସହ ଜମି ଜମା ସଂକ୍ରାନ୍ତିୟ ଆଲୋଚନାର ଚୁଡାନ୍ତ କରାଯାଇଥିଲା । ଏହି ଗ୍ରାମ ବୈଠକର କାର୍ଯ୍ୟଧାରା ଓ ଆଲୋଚନାରେ ସମସ୍ତ ଗ୍ରାମବାସୀ ସହମତ ହୋଇ ଆଗାମୀ ଦିନରେ ଅଂଚଳର ବିକାଶ ପାଇଁ ଉପଖଣ୍ଡ ପ୍ରଶାସନ ଓ ଜିଲା ପ୍ରଶାସନକୁ ଭେଟିବା ପାଇଁ ନିଷ୍ପତି ନେଇଛନ୍ତି ।