ଭୁବନେଶ୍ୱର, ଓଡ଼ିଶା ବିଧାନସଭା ସଚ୍ଚିବାଳୟର ଡେକ୍ସ ଅଧିକାରୀ ଭବକୃଷ୍ଣ ମହାନ୍ତିଙ୍କୁ ଆଜି ଅବସରକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ସରକାରୀ ଚାକିରୀରୁ ନିବୃତ ହେବା ପରେ ଆଜି ଶ୍ରୀ ମହାନ୍ତିଙ୍କୁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଉତରୀୟ ଓ ପୁଷ୍ପ ଗୁଚ୍ଛ ଅର୍ପଣ କରି ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଚାକିରୀ କାଳ ମଧ୍ୟରେ ଶ୍ରୀ ମହାନ୍ତି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ବାଚସ୍ପତି ଡ଼ଃ ପାତ୍ର ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ତାଙ୍କର ସୁଖମୟ ଓ ଶାନ୍ତିପୂର୍ଣ୍ଣ ଅବସରକାଳୀନ ଜୀବନ କାମନା କରିଥିଲେ ।ଏହି ସମ୍ୱର୍ଦ୍ଧନା ସଭାରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।