ଭୁବନେଶ୍ୱର, ଉତର ରେଳପଥର ଲକ୍ଷେ୍ନା-ରାଏ ବରେଲୀ-ପ୍ରତାପଗଡ଼-ବାରଣାସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରି କାରଣ କାର୍ଯ୍ୟ ଜନିତ ରାଏ ବରେଲୀ ଠାରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆ ଦିଲ୍ଲୀ ଆନନ୍ଦ ବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତନ କରି ଚଳାଚଳ କରିବ ।
୦୨୮୭୫/୦୨୮୭୬ ପୁରୀ – ଆନନ୍ଦ ବିହାର – ପୁରୀ ନୀଳାଚଳ ବିଶେଷ ଟ୍ରେନ ଉଭୟ ପୁରୀ ଓ ଆନନ୍ଦ ବିହାର ପାର୍ଶ୍ୱରୁ ଅଗଷ୍ଟ ମାସ ୩୧ ତାରିଖ, ସେପ୍ଟେମ୍ବର ମାସ ୩, ୫, ୭,୧୦ ଏବଂ ୧୨ ତାରିଖ ଦିନ ଅମେଥି, ଗୌରୀ ଗଞ୍ଜ ଓ ରାଏ ବରେଲୀ ଷ୍ଟେସନ ରେ ରହଣି ନକରି ପରିବର୍ତିତ ମାର୍ଗ ପ୍ରତାପଗଡ଼-ସୁଲତାନପୁର-ଲକ୍ଷ୍ନୌ ମାର୍ଗ ହୋଇ ଚଳାଚଳ କରିବ ।