କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ବାଲିଘାଇ ନିକଟସ୍ଥ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଅଧ୍ୟକ୍ଷ ଡଃ କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧବେଶନରେ ବରିଷ୍ଠ ନାଗରିକମାନଙ୍କର ମୌଳିକ ଅଧିକାର ଓ ଆବଶ୍ୟକତା ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ବୈଠକରେ ମତ ପ୍ରକାଶ ପାଇଥିଲା ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକ ମୌଳିକ ଅଧିକାରରୁ ବଞ୍ଚିତ । ଏଥିପ୍ରତି ସରକାର ଗୁରୁତ୍ବ ଦେବା ଅତ୍ୟନ୍ତ ଜରୁରୀ । ଯେଉଁମାନେ ଆଜିର ବରିଷ୍ଠ ନାଗରିକ ସେମାନେ ବିଗତ ଦିନରେ ସମାଜ ପାଇଁ ଅନେକ କର୍ଭବ୍ୟ କରି ଆସିଛନ୍ତି । ତାଙ୍କ ପ୍ରତି ସରକାର ଏବଂ ସମାଜ ଉତ୍ତରଦାୟୀ ହେବାରେ ଆବଶ୍ୟକତା ରହିଛି । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ଅନେକ ନୂତନ ସଦସ୍ୟଙ୍କୁ ସ୍ଵାଗତ କରାଯିବା ସହିତ ନୂତନଭାବେ କରାଯାଇଥିବା ପରିଚୟପତ୍ର ପ୍ରଦାନ କରାଯାଇଥିଲା ।
ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ବରିଷ୍ଠ ନାଗରିକ ମଞ୍ଚ ଗଠନ, ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ଡଃ ଶରତ କୁମାର ସାହୁ
ଯୋଗ ଦେଇ ବର୍ଭମାନ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରହିବା ଏବଂ ଆଗାମୀ ଦିନରେ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ବୋଲି କହିଥିଲେ । ବୈଠକରେ ସତ୍ୟବାଦୀ ବ୍ଳକର ପ୍ରତିନିଧି ଗୁଣ୍ଡୁଚି ବରାଳ, ଅମର ନନ୍ଦ, ପ୍ରଫୁଲ୍ଲ ମହାପାତ୍ର, ରବୀନ୍ଦ୍ର ଦତ୍ତ, କଣାସ ବ୍ଲକର ବିଭୁତିଭୂଷଣ ପଟ୍ଟନାୟକ, ଡେଲାଙ୍ଗ ବ୍ଲକ୍ର ପ୍ରତିନିଧ୍ୟ କ୍ଷେତ୍ରବାସୀ ପ୍ରଧାନ, ଗୋପ ବ୍ଲକର ପ୍ରତିନିଧି କୈଳାସଚନ୍ଦ୍ର ଦାଶ, ନିମାପଡ଼ା ବ୍ଲକ୍ର ପ୍ରତିନିଧ ନରହରି ସ୍ବାଇଁ, ନାଗରିକ
ମଞ୍ଚର ଉପସଭାପତି ଦେବୀପ୍ରସାଦ ତ୍ରିପାଠୀ, ପୁରୀର ଶିକ୍ଷାବିତ୍ ବିଜୟ ଚରଣ ମହାନ୍ତି, କୋଷାଧ୍ୟକ୍ଷ ବିଜୟଚନ୍ଦ୍ର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସୁଧୀର ରଞ୍ଜନ ମିଶ୍ର, ରବିନାରାୟଣ ପଟ୍ଟନାୟକ, ଗୁରୁପ୍ରସାଦ ମିଶ୍ର, ଗୋବିନ୍ଦ ପ୍ରସାଦ ମହାନ୍ତି ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଓ ପରାମର୍ଶ ଦେଇଥିଲେ । ପରିଶେଷରେ ନାଗରିକ ମଞ୍ଚର ସଦସ୍ୟ କୈଳାସ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।