ମୁମ୍ବାଇ , ମୁମ୍ବାଇରେ ଗତ ୨୪ ଘଂଟାରେ ୩୪୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ଏଠାରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୦୩୬ ହୋଇଛି ।
ଝାରଖଣ୍ଡରେ କରୋନାର ୧୩ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୧୩ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୪ ହୋଇଛି ।