
ଚେନ୍ନାଇ ,ତାମିଲନାଡୁରେ ଗତ ୨୪ ଘଂଟାରେ ୧,୫୩୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭,୩୨୨ ହୋଇଛି ।
ହିମାଚଳରେ ୧୨୩ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୨୩ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । । ଏହା ସହ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୫୦ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।