ଭୁବନେଶ୍ୱର, ପିସିସି ସଭାପତିଙ୍କ ବିରୋଧରେ ବିଷୋଦଗାର ପରେ ନରମିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ରାଗିକି ସେ ପିସିସି ସଭାପତିଙ୍କୁ ଅଯୋଗ୍ୟ ସଭାପତି କହିଥିଲେ । ଏଥିସହ ନିରଂଜନଙ୍କୁ ସେ ତାଙ୍କର ବଡ ଭାଇ ବୋଲି କହିଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ । ସେ କଂଗ୍ରେସରେ ଥିଲେ, ଦଳ ଛାଡିବେ ନାହିଁ । ପ୍ରଦୀପ ମାଝୀ, ସପ୍ତଗିରି ଉଲ୍ଲାକାଙ୍କ ସହ କଥା ହୋଇନଥିବା ସେ କହିଛନ୍ତି ।
ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ । ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି । ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି । ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ । ମୁଁ ତାଙ୍କ ସାନ ଭାଇ । ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ । ଗତକାଲି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି । ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍ ରେ ବହୁ ସମୟ ଧରି ଆଲୋଚନା କରିଛି । ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି ।
ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ । କଂଗ୍ରେସ ଦଳ ଛାଡ଼ିବାର ନାହିଁ । କୋରାପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର । ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି ।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି ।