ଭୁବନେଶ୍ୱର – ଆଜି ଉତର-ପୂର୍ବାଚଂଳ ରାଜ୍ୟ ମେଘାଳୟ ବିଧାନସଭାର ଉପବାଚସ୍ପତି ଟିମୋଥି ଠି. ଶିରାଙଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର କମିଟିର ସଦସ୍ୟ ମାନଙ୍କୁ ଉତରୀୟ ଓ ସ୍ୱାରକୀ ପ୍ରଦାନ କରି ସ୍ୱାଗତ କରିଥିଲେ ।
ଏହି ସାକ୍ଷାତ ବେଳେ ଉଭୟ ରାଜ୍ୟର ଲୋକମାନଙ୍କ୍ର ଜୀବନଜୀବିକା, କୃଷି ଓ ଅର୍ଥନୀତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବାଚସ୍ପତି ଡ. ପାତ୍ର ଓଡ଼ିଶାର କୃଷି, ବିଶେଷ କରି ଧାନଚାଷ ଓ ସାଧାରଣ ବଂଟନ ବ୍ୟବସ୍ଥା ଉପରେ ଶ୍ରୀ ଟିମୋଥିଙ୍କୁ ସମ୍ୟକ ଧାରଶ ଦେଇଥିଲେ । ଡ. ପାତ୍ର କହିଥିଲେ ଯେ ଓଡ଼ିଶା ସରକାରଙ୍କ ତରଫରୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି ଏବଂ ହିତାଧିକାରୀମାନଙ୍କୁ କିଲୋଗ୍ରାମ ପିଛା ୧ ଟଙ୍କା ଦରରେ ଚାଉଳ ସାଧାରଣ ବଂଟନ ବ୍ୟବସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଉଛି । ରାଜ୍ୟର ବଳକା ଧାନକୁ ରାଜ୍ୟ ବାହାରେ ବିକ୍ରି କରାଯାଏ । ମେଘାଳୟ ଏକ କୃଷିଭିତିକ ରାଜ୍ୟ ହୋଇଥିବାରୁ ସେଠାରୁ ଆସିଥିବା ଗୃହ କମିଟି କିଛି କୃଷି ସମ୍ପର୍କିତ ବ୍ୟବସ୍ଥା/ସଂସ୍ଥା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ଉଭୟ ରାଜ୍ୟର ବିଧାନସଭା ପରିଚାଳନା, ବିଧି ବ୍ୟବସ୍ଥା ଓ ଉତମ ଅଭ୍ୟାସ ସମ୍ପର୍କିତ ବିଷୟ ସ୍ଥାନ ପାଇଥିଲା । ଏହି ଅସରରେ ମେଘାଳୟର ଉପବାଚସ୍ପତି ଓଡ଼ିଶା ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତିଙ୍କୁମେଘାଳୟ ପରିଦର୍ଶନରେ ଯିବା ପାଇଁ ଆମନ୍ତ୍ରଣ କରିଥିଲେ । ଆଜି ଏହି ଗୃହ କମିଟି ଭୁବନେଶ୍ୱରସ୍ଥିତ ଧଉଳି ସ୍ତୁପ, ମ୍ୟୁଜିୟମ, ମାର୍କେଟ୍ ବିଲଡ଼ିଂ ସ୍ଥିତ ବୟନିକା, ଉକ୍ରଳିକା ଓ ଏସପ୍ଲାନେଡ଼ ବୁଲି ଦେଖିଥିଲେ । ଆସନ୍ତା କାଲି ସେମାନେ ପୁରୀ ଓ କୋଣାର୍କ ଯାତ୍ରା କରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେଘାଳୟ ବିଧାନସଭାର ଏହି ଗୃହ କମିଟି ଗତକାଲି ଭୁବନେଶ୍ୱରରେ ଆସି ପହଂଚିଥିଲେ ଓ କମିଟି ଏଠାରେ ୨୬ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଆସନ୍ତା ୨୭ ତାରିଖରେ ଏହି ଗୃହ କମିଟି ବାଙ୍ଗାଲୁରୁ ଯାତ୍ରା କରିବେ ।
ଏହି ସୌଜନ୍ୟ ସାକ୍ଷାତବେଳେ ଓଡ଼ିଶା ବିଧାନସଭାର ବାଚସ୍ପତି ରଜନୀକାନ୍ତ ସିଂହ ଓ ସଚିବ ଦାଶରଥି ଶତପଥିଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।