ବଲାଙ୍ଗିର, ଟିଟିଲାଗଡ଼ରେ ଆଜି ଆରଆଇ ପରୀକ୍ଷା ପୂର୍ବରୁ ବିଭ୍ରାଟ ଦେଖା ଦେଇଥିଲା । ପରେ ପ୍ରଶାସନର ପଦକ୍ଷେପ ପରେ ଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୩୩ ଜଣ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ ମିଳିଥିବା ଆଡମିଟ୍ କାର୍ଡ଼ରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖାଥିଲା । ତେବେ ସମ୍ପୃକ୍ତ କଲେଜରେ ସେଂଟର ନଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଏନେଇ ପ୍ରଶାସନର ହସ୍ତକ୍ଷେପ ପରେ ଧାର୍ଯ୍ୟ ସମୟ ୧୦ଟା ପରିବର୍ତେ ଦିନ ୧୧ଟା ୪୫ ରୁ ଟିଟିଲାଗଡ଼ର ପ୍ରଭାବତୀ ପବ୍ଲିକ୍ ସ୍କୁଲରେ ପରୀକ୍ଷା ଆରମ୍ଭ ହୋଇଛି । ୩୩ ଜଣ ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେଉଥିବା ନେଇ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ।
Related Stories
November 22, 2024