ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ସ୍ଥିତ ଲଳିତ ଭବନ ଠାରେ ତୁକଲା ମେହେର ସମାଜ ତରଫରୁ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମାତୃଭୂମିର ଟେକ ରଖିବା ପାଇଁ ଗଙ୍ଗାଧରଙ୍କ ସାହିତ୍ୟ ସବୁବେଳେ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଡାକ୍ତର ରବିନ୍ଦ୍ର ମିଶ୍ର (ଅଧ୍ୟକ୍ଷ, କ୍ଷମା ମେହେର ଡିଗ୍ରୀ କଲେଜ ତୁକଲା) ଗଙ୍ଗାଧରିୟ ସାହିତ୍ୟ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଅବିହିତ କରିଥିଲେ । ତୁକଲା ମେହେର ସମାଜର ସଭାପତି ଲିଙ୍ଗରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ମେହେର ଯୋଗଦେଇ ସ୍ଵଭାଵ କବିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦେବୀ ଚରଣ ମେହେର ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ବିଷ୍ଣୁ ଚରଣ ମେହେର ଅତିଥି ପରିଚୟ ଓ ତୁଳସୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମାଜ ଓ ଅଞ୍ଚଳ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ପୂର୍ଣ୍ଣଚନ୍ଦ୍ର ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ସଂଜୀବ ଦାଶ ଓ ସାଥି, ପୁଷ୍ପାଞ୍ଜଳି ମେହେର, ପ୍ରଜ୍ଞା ମେହେର ଲିପ୍ସା ରାଣୀ ମେହେର, ଦୀପାଞ୍ଜଳୀ ଦାଶ,ପ୍ରଞ୍ଜଳି ମେହେରଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ବସନ୍ତ ମେହେର, ହୀରା ମେହେର, ଉଦ୍ଧବ ମେହେର, ଯୁଧିଷ୍ଠିର ମେହେର, ଯଯାତି ମେହେର, ଦେବୀ ଚରଣ ମେହେର, ଜଗଦୀଶ ମେହେର, ସନ୍ତୋଷ ମେହେର ପ୍ରମୁଖ ସହଯୋଗ କରିଥିଲେ ।