
ମାଲକାନଗିରି,ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଦେଖିବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢି, ଭୃଗୁ ବକ୍ସିପାତ୍ର, ବିଜେପି ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ହସପିଟାଲରେ ପହଞ୍ଚି ତାଙ୍କର ଆଶୁ ଆରୋଗ୍ୟ ସହ ଦୀର୍ଘ ଜୀବନ କାମନା କରିଥିଲେ । ଶ୍ରୀ ଦୋରା ୧୮ ଦିନ ହେଲା ରୋଗ ଶଯ୍ୟାରେ ପଡି ରହିଛନ୍ତି । ତାଙ୍କ ପେଟରେ ଏକ ଟ୍ୟୁମର ବାହାରି ଥିବାରୁ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସେ କୌଣସି ଖାଦ୍ୟ ଗ୍ରହଣ କରି ପାରୁନାହାଁନ୍ତି । ସେ କିଛି ଦିନ ଡାକ୍ତରଙ୍କ ତଦାରଖରେ ରହିବା ପରେ ଅପରେସନ କରାଯିବ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ଏନେଇ ଖବର ପାଇବା ପରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଓ ଓଡ଼ିଆ ଭାଷା ସଂସ୍କୃତି କଳା ଜାଗରଣ ମଞ୍ଚ ଆବାହକ ବରିଷ୍ଠ ସାମ୍ବାଦିକ ସୁଧାକର ଦାଶ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।