
-
ନିଖୋଜ ମତ୍ସ୍ୟଜିବୀଙ୍କ ମୃତଦେହ ଉଦ୍ଧାର
ପୁରୀ, ଗତକାଲି ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଡ଼ଙ୍ଗା ଓଲଟି ନିଖୋଜ ଥିବା ମତ୍ସ୍ୟଜିବୀଙ୍କ ମୃତଦେହ ଆଜି ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ଆଡକୁ ପ୍ରାୟ ୩ କିମି ଦୂର ସମୁଦ୍ର କୂଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାମ ହେଉଛି ପି. ଆପେଲା ରାଜୁ (୨୩) । ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ମେଡିକାଲକୁ ପଠାଇଛି । ଗତକାଲି ମାଛ ଧରିବାକୁ ଯାଇଥିବା ଏହି ଡ଼ଙ୍ଗାଟି ଭାରସାମ୍ୟ ହରାଇ ସମୁଦ୍ର ମଧ୍ୟରେ ଓଲଟି ପଡିଥିଲା । ଦୁର୍ଘଟଣାରୁ ୪ ଜଣ ଅଳ୍ପକେ ବର୍ତି ଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ ।