-
୭ ଜଣଙ୍କ ନାମରେ ମାମଲା ରୁଜ୍ଜୁ
ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗ୍ରାମରେ ବାପପୁଅଙ୍କୁ ମାଡ଼ ମରାଯିବା ଭିଡ଼ିଓ ଭାଇରାଲ୍ ଘଟଣାରେ ପୀଡ଼ିତ ବାପପୁଅଙ୍କ ପକ୍ଷରୁ ଆଜି ବେଗୁନିଆ ଥାନାରେ ଏନେଇ ଏତଲା କରାଯାଇଛି । ଏତଲାକୁ ଭିତି କରି ୭ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ । ସଂଗଠନକୁ ସହଯୋଗ ନକରିବାରୁ ଉଭୟଙ୍କୁ କୋଠ ଘରକୁ ଉଠାଇ ନେଇ କିଛି ଯୁବକ ଠେଙ୍ଗାରେ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଗତ ଦେଢ଼ମାସ ପୂର୍ବେ ଘଟିଥିଲା, କିନ୍ତୁ ସଂଗଠନର କିଛି ସଦସ୍ୟଙ୍କ ଚାପରେ ବାପପୁଅ ମୁହଁ ଖୋଲିନଥିଲେ । ତେବେ ଏ ସଂକ୍ରାନ୍ତୀୟ ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଥିଲା ।