
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଚଣ୍ଡିସାହିର ଏକ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଆଜି ସକାଳେ ଗୋଷାଣି ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ତେବେ ଅଦ୍ୟାବଧି ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।