
ରାଉରକେଲା, ରାଉରକେଲା ରେଳଷ୍ଟେସନରୁ ପାନପୋଷ ମୁଖ୍ୟ ରାସ୍ତା ମରାମତି ଦାବିରେ ଆଜି ନାଲା ରୋଡ଼ ଛକରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବା ସହ ସେଠାରେ ରାସ୍ତାରୋକ କରାଯାଇଛି । ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ, କଂଗ୍ରେସ ନେତା ବିରେନ ସେନାପତିଙ୍କ ସମେତ ମହିଳା କଂଗ୍ରେସ ଓ ଛାତ୍ର କଂଗ୍ରେସର ଶତାଧିକ କର୍ମୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।