କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷୀକା ଶ୍ରୀମତୀ ମାନସୀ ସାହୁ ଏବଂ ଉପ- ନିରୀକ୍ଷୀକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରୁ ଗଂଜେଇ ଆଣି ଗୋପ ଓ ଏହାର ଆଖପାଖ ଅଂଚଳରେ ଖୁଚୁରା ବ୍ୟବସାୟଙ୍କୁ ବିକ୍ରି କରୁଥିବା ଅଭିଯୋଗ ମିଳିଲା ପରେ, ଅବକାରୀ ଟିମ ଆଜି ସକାଳ ଭୋରୁ ଗୋପ ଅଂଚଳରେ ଚଢ଼ାଉ କରି ଦୁଇଜଣ ବ୍ୟକ୍ତି ଯାହାଙ୍କର ନାମ ଚମ୍ପେଶ୍ୱର ମଲ୍ଲିକ , ବୟସ 38 ବର୍ଷ, ଜିଲ୍ଲା କନ୍ଧମାଳ ଓ ପ୍ରକାଶ ବଗର୍ତି 31 ବର୍ଷ ଜିଲ୍ଲା କନ୍ଧମାଳ ଙ୍କୁ ଚଢ଼ଉ କରି ତାଙ୍କ ଠାରୁ 15 କେଜି ଗଂଜେଇ ଜବତ କରିଛନ୍ତି ଏବଂ ତାଙ୍କୁ ଗିରଫ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନମ୍ବର 86/21-22ରେ ଓ ପୁରୀ ସଦର ରେଞ୍ଜ କେସ ନମ୍ବର 26/21-22ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କରାଗରକୁ ପଠାଯାଇଛି |ଜବତ ଗଂଜେଇର ମୂଲ୍ୟ ପ୍ରାୟ 1,20,000 ଟଙ୍କାରୁ ଉର୍ଦ୍ଧ ହେବ |ଏହି ଚଢ଼ାଉରେ ଅବକାରୀ ନିରୀକ୍ଷୀକା ଶ୍ରୀମତୀ ମାନସୀ ସାହୁ, ଉପ- ନିରୀକ୍ଷୀକା ଶ୍ରୀମତୀ ମମତା କୁମାରୀ ଦାଶ, ଉପ- ନିରୀକ୍ଷକ ଶ୍ରୀ ବିନୋଦ କୁମାର ବାସ୍କେ, ASI ସୁବାଷ ଚନ୍ଦ୍ର ମହାପାତ୍ର,ସନ୍ତୋଷ କୁମାର ନାୟକ, ଗୀତାଞ୍ଜଳି ବେହେରା,ଏନ. ଜଗିନ ରାଓ Staff- ପୂର୍ଣଚନ୍ଦ୍ର ନାୟକ, Sk Waris, ପ୍ରମୁଖ ଚଢାଉ ରେ ସାମିଲ ଥିଲେ |
Related Stories
November 22, 2024