
-
ଧଶେଇ ପଶିଲେ ଦଳୀୟ କର୍ମୀ, ୨୦ ଗିରଫ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗମ୍ ଟ୍ୟାଙ୍କ ପ୍ରମୋଦ ଉଦ୍ୟାନରେ ସ୍ମାର୍ଟ ହାଇସ୍କୁଲ ଉଦଘାଟନ ଉତ୍ସବରେ ଯୋଗଦେବା ନିମନ୍ତେ ଆସୁଥିବା ବିଧାୟକ, ମନ୍ତ୍ରୀ ଓ ଅଫିସର ମାନଙ୍କୁ ମନୋରଞ୍ଜନ ତଥା ଭୋଜିଭାତର ଆୟୋଜନ କରାଯାଉଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏଥିପାଇଁ ଗତକାଲି ସକାଳେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରି ବିଏମସି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଏବଂ ସାଧାରଣ ଲୋକେ ପ୍ରମୋଦ ଉଦ୍ୟାନକୁ ଯେପରି ଯାତାୟାତ କରିପାରିବେ ତାହାର ପ୍ରତିରୋଧ ନକରିବାକୁ ଚେତାବନୀ ଦେଇଥିଲେ । ତେବେ ଗତକାଲି ରାତିରେ ପୁଣି ସେହି ସ୍ଥାନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଜିଭାତର ଆୟୋଜନ କରାଯାଇଥିବାରୁ ବିଜେପି କର୍ମୀ ମାନେ ଧଶେଇ ପଶି ସେଠାରେ ତୁମୁଳ କାଣ୍ଡ ଘଟାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଏଥିରେ ହସ୍ତକ୍ଷେପ କରିବା ସହ ୨୦ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ବିଜେପି ଓ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।