
-
ଜିଲ୍ଲା ପ୍ରଶାସନ ସହିତ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ଆଲୋଚନା ବିଫଳ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ ଘଟଣାରେ ଜିଲ୍ଲା ପ୍ରଶାସନ ସହିତ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ଏକ ବୈଠକ ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ସରକାରଙ୍କ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗ୍ରାମ ସମିତି ଚେତାବନୀ ଦେଇଛି ।
ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲାର ୪ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରାପଡ଼ାର ଭାରିଗଦା ଠାରେ ଏହି ମେଗା ପ୍ରକଳ୍ପ ନିର୍ମାଣ ହେଉଛି । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । ତେବେ ପୋଲିସ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଜାରୀ ରହିଛି । ଉତେଜନାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏହା ସତ୍ୱେ ଗତ ୧୨ ତାରିଖରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଭାରିଗଦା ଠାରେ ଏକାଠି ହୋଇ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।