ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସକ୍ରିୟ ଥିବା ଦୁର୍ଦ୍ଦାନ୍ତ ମାଓ ନେତା ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନା ରାଜ୍ୟ ଖମାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ନେତା ସୀତାରାମ ରେଡ୍ଡୀର ନିଜ ଘର କାତାଗୁଡମ ଜିଲ୍ଲାରେ । ସେ ଗତ ୩୦ ବର୍ଷ ଧରି ମାଓ ସଂଗଠନରେ ଜଣେ ଆଗ ଧାଡ଼ିର ସକ୍ରିୟ କମ୍ରେଡ ଭାବେ କାର୍ଯ୍ୟ କରୁଥିଲା । ହେଲେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ତାର ଗୋଟିଏ ହାତ କଟି ଯାଇଥିଲା । ପରେ ବିଶାଖାପାଟଣା ପୋଲିସ ତାକୁ ଗିରଫ କରି ଜେଲ୍ ପଠାଇ ଥିଲା । କିଛି ବର୍ଷ ପରେ ଜେଲରୁ ମୁକୁଳିବା ପରେ ପୁଣି ଥରେ ସେ ମାଓ ସଂଗଠନରେ ଯୋଗଦେଇ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲା । ବୟସ ବୃଦ୍ଧି, ଦେହ ଅସୁସ୍ଥ ଓ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ମାଓବାଦୀ ମାନେ ଆଉ ସେଠାରେ ରହିବା କଷ୍ଟକର ହେବା କାରଣରୁ ମାଓ ନେତା ସୀତାରାମ ରେଡ୍ଡୀ ଖମାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
Related Stories
November 25, 2024