
ଘଟଗାଁ, ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଘଟଗାଁ ମା ତାରିଣୀ ମନ୍ଦିରରେ ପହଞ୍ଚି ମା”ଙ୍କ ଦର୍ଶନ କରିଥିଲେ । ତାଙ୍କୁ ଘଟଗାଁ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଗୋଲକ ବଳଙ୍କ ନେତୃତ୍ୱରେ ସମସ୍ତ ମଣ୍ଡଳ ପଦାଧୀକାରୀ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଘସିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥି ପୃଥୀରାଜ କୁଅଁର, ସନ୍ତୋଷ ରାଉତ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ୍, ସାଧାରଣ ସମ୍ପାଦକ ସବୀର ଦାଶ୍ ଅକ୍ଷୟ ମହାରଣା, ଜଗବନ୍ଧୁ ସା, ଦୀପକ ଯେନା, ଇନ୍ଦ୍ରମଣୀ ମହାନ୍ତ, ଅମର ସିଂ, ରାଜେଶ ସିଂ, ଶିରପାଣି ମହାନ୍ତ, ଗୋବର୍ଦ୍ଧନ ରାଉତ୍, ଧେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ, ଘଟଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସତ୍ୟମ୍ ଦେହୁରୀ, ଜିଲ୍ଲା ସମ୍ପାଦକ ରୁଦ୍ରପ୍ରସାଦ ବେହେରା, ସୋସିଆଲ୍ ମିଡିଆ ସଂଯୋଜକ ଜୟଦେବ ଗିରି, ରିତାଞ୍ଜଳୀ ଦେ, ସଂଧ୍ୟାରାଣୀ ବେହେରା, ରଞ୍ଜନ ପାତ୍ର, ଉତ୍ତମ ପ୍ରଧାନ, ଯଜାତୀ ନାଏକ, ମକରଧ୍ୱଜ ବେହେରା, ଶରତ ବେଜ୍, ସୁମନ୍ତ ସାହୁ, କାର୍ତ୍ତିକ ସାହୁ, ଧନସିଂ ମୁଣ୍ଡା, ଅନନ୍ତ ସାହୁ, ଭଜନା ସେଠୀ ପ୍ରମୁଖ ସାଥିରେ ଥିଲେ ।