-
ସଦସ୍ୟ ମାନେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବେ ବୋଲି ସ୍ଥିରୀକୃତ
-
ମାଟିତୋଟାରେ ଗୁରୁକୂଳ ନିର୍ମାଣ ହେବ
ରାଜ୍ୟ ଦ୍ୱାରା ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି |ପ୍ରଥମେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ଆସନ୍ତା ତିନିବର୍ଷ ପାଇଁ ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ସବୁକିଛି ନିଷ୍ଠାର ସହ ତୁଲାଇବେ ବୋଲି ସ୍ଥିରୀକୃତ ହୋଇଥିଲା। 2021 ରଥଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷନ କୁମାର ବୈଠକ ପରେ ସୂଚନା ପ୍ରଦାନ କରିଛନ୍ତି ଯେ ଆଠଟି ସବକମିଟି ଗଠନ ହୋଇଛି। ଅର୍ଥ ସବକମିଟି, ନୀତି,ରତ୍ନଭଣ୍ଡାର ସବକମିଟି, ଅପିଲ,ଲ୍ୟାଣ୍ଡ ସବକମିଟି, ସେବକ କଲ୍ୟାଣ ସବକମିଟି, ଶ୍ରୀଜଗନ୍ନାଥ ପ୍ରଚାରପ୍ରସାର ସବକମିଟି,ମନ୍ଦିର ପେନସନ ସବକମିଟି ଗଠନ ଓ ଗୁରୁକୂଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ ପରିଚାଳନା କମିଟି ଅଧୀନରେ ଗଠନ ପାଇଁ ସ୍ଥିରୀକୃତ କରାଯାଇଛି। ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ କରାଯାଇ ଫଣ୍ଡ ମାଧ୍ୟମରେ ଗୁରୁକୂଳ ର ବିକାଶ କରାଯିବ । 17 ଏକର ଜମି ମାଟିତୋଟାରେ ଗୁରୁକୂଳ ପାଇଁ ବ୍ୟବହାର ହେବ। ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇଁ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ଖର୍ଚ୍ଚ କରିବେ ପ୍ରାୟ 20 କୋଟି ଟଙ୍କା । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ଆଲୋଚନା ହୋଇ ପ୍ରାୟ 400 ପରିବାରକୁ ଘର ଦିଆଯିଵା ପାଇଁ ସ୍ଥିର କରାଯାଇଛି ଯାହା 8 ଏକର ଜମିରେ ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ ଆପ୍ରୁଭ କରିବ। ଘର ନିର୍ମାଣ ପାଇଁ ଦୁଇଲକ୍ଷ ଟଙ୍କା ସେବକଙ୍କୁ ଦିଆଯିବ। ASIଙ୍କୁ ଅନୁରୋଧ ପରିଚାଳନା କମିଟି ତରଫରୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଭଲ ପ୍ଲାନିଂ କରିବେ।ମନ୍ଦିର ପ୍ରଶାସନ ସହ ମିଶି 5 ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରନ୍ତୁ। ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି। ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ। ହେରିଟେଜ କରିଡର୍ ପାଇଁ ଅନେକ ଅନୁମୋଦନ ହୋଇଛି। NMA ଅନୁମୋଦନ ଖୁବଶୀଘ୍ର ଦେବେ ବୋଲି ଆଶା ଅଛି।